ସୁନୀଲ ମୋଦୀଙ୍କ ଉପରେ ବର୍ଷିଲେ ନୀତିଶ
ପାଟନା: କିଛି ଦିନ ତଳେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଥିଲେ।ଆଗକୁ ବିହାର ସରକାର କେମିତି ଚାଲିବ ତାହା ଆମେ ଦେଖିବୁ। ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ସରକାର ଭାଙ୍ଗିଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଥରେ ନୁହେଁ ନୀତୀଶ ଆରଜେଡି ସହ ମେଣ୍ଟ କରିବା ପରେ ସୁଶୀଲ ତାଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି। ଏବେ ସୁଶୀଲଙ୍କ ଜବାବ ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ନୀତୀଶ କୁମାର।
ଆମ ସରକାର ଭାଙ୍ଗିବ ବୋଲି ସୁଶୀଲ ମୋଦୀ କହୁଛନ୍ତି, ତେବେ ତାଙ୍କୁ ଶୀଘ୍ର ଆମ ସରକାର ଭାଙ୍ଗିବାକୁ କୁହନ୍ତୁ। ଏହା ଦ୍ବାରା ତାଙ୍କୁ ବିଜେପିରେ ଗୁରୁତ୍ବ ଦିଆଯିବା ସହ ଦଳରେ ସ୍ଥାନ ମିଳିବ। ଯେତେବେଳେ ୨୦୨୦ରେ ବିହାରରେ ସରକାର ଗଠନ ହୋଇଥିଲା, ସେତେବେଳେ ତାଙ୍କୁ କୌଣସି ଦାୟିତ୍ବ ଦିଆଗଲା ନାହିଁ। ଏହି କାରଣରୁ ମୁଁ ଦୁଃଖିତ ଥିଲି। ହେଲେ ଏବେ ସୁଶୀଲ ମୋଦୀ ଆମ ସରକାର ଭାଙ୍ଗିବ ବୋଲି କହୁଛନ୍ତି। ବର୍ତ୍ତମାନ ପ୍ରତିଦିନ ସେ ଆମ ବିରୋଧରେ କହିବା ଉଚିତ। କାରଣ ଯଦି ଏଥିପାଇଁ କେନ୍ଦ୍ରର ଲୋକମାନେ ତାଙ୍କ ଉପରେ ଖୁସି ହୁଅନ୍ତି, ତେବେ ତାଙ୍କୁ ଦଳରେ ସ୍ଥାନ ମିଳିବ।
ତେବେ କିଛି ଦିନ ତଳେ ସୁଶୀଲ ମୋଦୀ କହିଥିଲେ, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ହେବାର ଲକ୍ଷ୍ୟ ପୂରଣ କରିବାପାଇଁ ନୀତୀଶ ଲଗାତାର ଦ୍ବିତୀୟ ଥର ପାଇଁ ବିଜେପି ସହ ସମ୍ପର୍କ ଚ୍ଛିନ୍ନ କଲେ । ବିଜେପି କେବେ ବି କାହା ସହ ବିଶ୍ବାସଘାତକତା କରିନି। ଆମେ ନୀତୀଶ କୁମାରଙ୍କୁ ୫ ଥର ମୁଖ୍ୟମନ୍ତ୍ରୀ କଲୁ। ଆରଜେଡି ତାଙ୍କୁ ୨ ଥର ମୁଖ୍ୟମନ୍ତ୍ରୀ କରିଛି। ଆମେ ତାଙ୍କ ସହ ୧୭ ବର୍ଷର ସମ୍ପର୍କ ରଖିଥିଲୁ। କିନ୍ତୁ ସେ ଚ୍ଛିନ୍ନ କରିଦେଲେ। ନୀତୀଶ ଉପରାଷ୍ଟ୍ରପତି ହେବାପାଇଁ ଚାହୁଥିଲେ। ଅନେକ ଜେଡିୟୁ ନେତା ମଧ୍ୟ ଏଥିପାଇଁ ବିଜେପି ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ। ଉପରାଷ୍ଟ୍ରପତି ହେବାର ଆଶା ମଉଳିଯିବାପରେ ନୀତୀଶ ନିଷ୍ପତ୍ତି ବଦଳାଇ ଦେଲେ। ୨୦୨୦ରେ ଆମେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପାଇଁ ଭୋଟ୍ ପାଇଥିଲୁ। ଜେଡିୟୁକୁ ମାତ୍ର ୪୩ ଆସନ ମିଳିଥିଲା।
Comments are closed.