ନୀତିନ ଗଡକରୀଙ୍କ ଦମ୍ଭୋକ୍ତି, ବ୍ୟାନର ଆବଶ୍ୟକ ନାହିଁ ନିର୍ବାଚନ ପ୍ରଚାର ପାଇଁ

ନୂଆଦିଲ୍ଲୀ,  ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ ସେ କେବେବି ଭାଜପା ଛାଡିବେ ନାହିଁ। ନିତିନ ଗଡକରୀ ତାଙ୍କ ବିଜୟର ପୂର୍ବାନୁମାନ କରୁଥିବାବେଳେ କହିଛନ୍ତି ଯେ ଏଥର ଏନଡିଏ ୪୦୦ ମାର୍କ ଅତିକ୍ରମ କରିବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ।

ଏଥି ସହ ନିତିନ ଗଡକରୀ କହିଛନ୍ତି ଯେ ନିର୍ବାଚନରେ ଜିତିବା ପାଇଁ ତାଙ୍କୁ ପୋଷ୍ଟର ଏବଂ ବ୍ୟାନର ସହିତ ପ୍ରଚାର କରିବାର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ତାଙ୍କ କାମ କଥା କହୁଛି। ତାଙ୍କ କାମ ହେତୁ ଲୋକମାନେ ତାଙ୍କୁ ଜାଣନ୍ତି। ତେଣୁ ସେ ପ୍ରଚାର ପାଇଁ ମ୍ୟାନ ଟ ମ୍ୟାନ କ୍ୟାମ୍ପନିଂ କରିବେ।

Comments are closed.