କେରଳକୁ ପୁଣି ଫେରିଲା ନିପା ଭୟ, ସତର୍କ କରାଇଲେ ରାଜ୍ୟ ସରକାର

କେରଳକୁ ପୁଣି ଫେରିଲା ନିପା ଭୟ। କୋଝିକୋଡ଼ ଜିଲ୍ଲାରେ ଜ୍ବରରେ ଦୁଇ ଜଣଙ୍କ ମୃତ୍ୟୁ ପରେ ପୁଣି ଥରେ ରାଜ୍ୟରେ ନିପା ଭାଇରସ ବ୍ୟାପିବା ଆଶଙ୍କା ଦେଖାଦେଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି । ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ । ଏଥିସହ ଏକ କେନ୍ଦ୍ରୀୟ ଟିମ୍‌ କେରଳ ପଠାଇଯାଇଛି । ଉଭୟଙ୍କ ମୃତ୍ୟୁ ଏକ ଘରୋଇ ହସପିଟାଲରେ ହୋଇଛି । ନିପା ଭାଇରସ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଜଣେ ମୃତକଙ୍କ ସଂପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ନମୁନା ପରୀକ୍ଷା ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। କୋଝିକୋଡ ହସପିଟାଲରେ ଆଇସୋଲେସନ୍ ଓ୍ବାର୍ଡ କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଜୀବଜନ୍ତୁଙ୍କଠାରୁ ମଣିଷଙ୍କୁ ବ୍ୟାପେ ନିପା ଭାଇରସ । ବିଶେଷ କରି ବାଦୁଡ଼ିଠୁ ଏହା ବ୍ୟାପୁଥିବା କୁହାଯାଉଛି । ସଂକ୍ରମିତଙ୍କୁ ପ୍ରବଳ ଜ୍ବର, ମୁଣ୍ଡବିନ୍ଧା, ଶ୍ବାସକ୍ରିୟାରେ ସମସ୍ୟା ହୁଏ ।

Comments are closed.