ବିଜେପି ଛାଡ଼ିଲେ ନୀଳଗିରି ବିଧାୟକ

ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ କାହିଁକି ଦଳରୁ ଇସ୍ତଫା ଦେଲେ, ସେ ନେଇ ସେଥିରେ କିଛି ଉଲ୍ଲେଖ କରି ନାହାନ୍ତି।

ସୁକାନ୍ତ କୁମାର ନାୟକ ପ୍ରଥମେ ବିଜେଡିରେ ଥିଲେ। ୨୦୧୪ରେ ସେ ବିଜେଡି ଟିକେଟରେ ନୀଳଗିରିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ ଓ ପୁଣି ଥରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୁକାନ୍ତ କୁମାର ନାୟକ ପୁଣି ବିଜେଡିକୁ ଫେରିବା ନା କ’ଣ କରିବେ, ତାହା ଜଣାପଡ଼ିନାହିଁ। ନିଜ ସମର୍ଥକଙ୍କ ସହିତ ଆଲୋଚନା କଲା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସେହିପରି କାହିଁକି ବିଜେପି ଛାଡ଼ିଲେ, ସେ ନେଇ ମଧ୍ୟ କିଛି କହି ନାହାନ୍ତି। ପରବର୍ତ୍ତୀ ସମୟରେ ଏ ସଂପର୍କରେ କହିବେ ବୋଲି କହିଛନ୍ତି ସୁକାନ୍ତ କୁମାର ନାୟକ।

Comments are closed.