ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ,, ସିଦ୍ଧରମୈୟା

ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ। ଏଭଳି କିଛି ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା। ସେ ଅବସର ଘୋଷଣା କରିବା ଆଳରେ ରାଜନୈତିକ ଗୋଟି ଚାଳନା କରିଛନ୍ତି। ସୂଚନା ଅନୁସାରେ, ଅବସର ନେ‌ଲା ପରେ ମଧ୍ୟ ସେ ରାଜନୀତି ସହିତ ଜଡ଼ିତ ରହିବେ ବୋଲି କହିଛନ୍ତି।

ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି କରିଦେଇଛି। ଭିନ୍ନ ଭିନ୍ନ ଅଞ୍ଚଳରେ ଦଳର ନେତା ଘନ ଘନ ଜନସିଭା କରୁଛନ୍ତି। ଏହାରି ଭିତର ସିଦ୍ଧରମୈୟା ମଧ୍ୟ ବିଦରର ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ରାଲିରେ ସେ ଇମୋସାନାଲ କାର୍ଡ ଖେଳି କହିଥିଲେ, ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ।

Comments are closed.