ନୂଆ ବର୍ଷରେ ଉପହାର ,କମିଲା ଗ୍ୟାସ୍ ଦର

ନୂଆବର୍ଷରେ ଗ୍ରାହକଙ୍କୁ ମିଳିଲା ବଡ଼ ଭେଟି। କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌। କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ହ୍ରାସ କରାଯାଇଛି। ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୧୯କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨ ଟଙ୍କା ହ୍ରାସ ପାଇଛି। ଏହାପୂର୍ବରୁ ଡିସେମ୍ବର ୨୨ରେ ମଧ୍ୟ ଏହି ସିଲିଣ୍ଡରର ମୂଲ୍ୟ ୩୦.୫୦ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ଅର୍ଥାତ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହାର ମୂଲ୍ୟ ଅଗଷ୍ଟ ୩୦ରେ ପରିବର୍ତ୍ତନ କରାଯାଇଥିଲା। ତା’ପରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୦୦ ଟଙ୍କା ସବସିଡି ଯୋଡି ଥିଲେ। ଏହି କାରଣରୁ ବଜାରରେ ଏହାର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରାଯାଇଥିଲା।

Comments are closed.