ନିଯୁକ୍ତି ପାଇଲେ ନୂଆ ସିଡିଏସ,ଜାଣନ୍ତୁ କିଏ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ ଚୌହାନଙ୍କୁ ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ସିଡିଏସ୍ ସହିତ ସେନା ବ୍ୟାପାର ବିଭାଗ ସଚିବ ଭାବେ ମଧ୍ୟ କାର୍ଯ୍ୟକରିବେ। ଅନୀଲ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମେ’ ରେ ଅବସର ଗ୍ରହଣ କରିଥିଲେ।

୪ ଦଶନ୍ଧିର ସେନା କ୍ୟାରିୟର ଭିତରେ, ଜମ୍ମୁ ଓ କଶ୍ମୀରରେ ଏବଂ ଉତ୍ତର-ପୂର୍ବ ଭାରତରେ ଆତଙ୍କବାଦ ବିରୋଧୀ ଅଭିଯାନରେ ତାଙ୍କର ବିଶେଷ ଉପଲବ୍ଧି ରହିଛି। ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର୍ କମାଣ୍ଡିଂ-ଇନ୍-ଚିଫ୍ ଥିଲେ । ପରମ ବିଶିଷ୍ଟ ସେବା ମେଡାଲ୍, ଉତ୍ତମ ଯୁଦ୍ଧ ସେବା ମେଡାଲ୍, ଅତି ବିଶିଷ୍ଟ ସେବା ମେଡାଲ୍, ସେନା ମେଡାଲ୍ ଓ ବିଶିଷ୍ଟ ସେବା ମେଡାଲର ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ଜେନେରାଲ୍ ଅନୀଲ ଚୌହାନ ଭାବେ ପରିଚିତ ହେବେ।

Comments are closed.