ରୋହିତ ଧରିଲେ ଟିମ ଇଣ୍ଡିଆର ମଙ୍ଗ
ନୂଆଦିଲ୍ଲୀ : ଶେଷରେ ହିଟ୍ ମ୍ୟାନ୍ ରୋହିତ ଧରିଲେ ଟିମ ଇଣ୍ଡିଆର ମଙ୍ଗ | ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ କିଏ ହେବେ ଟି ୨୦ ଫର୍ମାଟର କ୍ୟାପଟେନ୍ ସେ ନେଇ ଲାଗି ରହିଥିଲା ଦ୍ଵନ୍ଦ ,ଶେଷରେ ଅପେକ୍ଷାର ଅନ୍ତ ଘଟିଛି ଓ ଏହି ଦ୍ଵନ୍ଦ ଦୂର ହୋଇଛି । ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଯେଉଁଥିରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଭାର ମିଳିଛି ।।
ଏହି ସିରିଜ ପାଇଁ ଦଳର ବରିଷ୍ଠ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ବିରାଟ କୋହଲି, ମହମ୍ମଦ ସାମୀ, ଯଶପ୍ରୀତ ବୁମରାହ, ହାର୍ଦ୍ଧିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ବିସିସିଆଇ ।
NEWS – India’s squad for T20Is against New Zealand & India ‘A’ squad for South Africa tour announced.@ImRo45 named the T20I Captain for India.
More details here – https://t.co/lt1airxgZS #TeamIndia pic.twitter.com/nqJFWhkuSB
— BCCI (@BCCI) November 9, 2021
Comments are closed.