ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ,୨୩ ।୧: ସାରା ଦେଶ ପାଳୁଛି ନେତାଜୀଙ୍କ ୧୨୫ତମ ଜୟନ୍ତୀ । ଏହି ଅବସରରେ ଜାନକୀନାଥ ଭବନରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଚଳି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ କଟକରେ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି । ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖାନନଗରଠାରେ ପ୍ରସ୍ତାବିତ ବସ୍ ଟର୍ମିନାଲର ଶିଳାନ୍ୟାସ ହୋଇଛି । ୧୧ ହଜାର ବର୍ଗମିଟରରେ ଏହି ବସ୍ ଟର୍ମିନାଲ ନିର୍ମିତ ହୋଇଛି । ବସ୍ ଟର୍ମିନାଲରେ ୧୮୦ ବସ୍ ସହିତ ୨୭୫ କାର୍ ରହିପାରିବ । ଏଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ନେତାଜୀ ବସ୍ ଟର୍ମିନାଲ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ନେତାଜୀଙ୍କ ନାଁରେ ବସ୍ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ବସ୍ ଟର୍ମିନାଲ ନିର୍ମାଣ କରାଯିବ । ଟର୍ମିନାଲରେ ନେତାଜୀଙ୍କ ଜୀବନୀ ଓ ଆଦର୍ଶ ବାବଦରେ ଜଣାଯିବ । ନେତାଜୀଙ୍କ ଆଦର୍ଶର ପ୍ରଚାର ପାଇଁ ଏଠି ବ୍ୟବସ୍ଥା କରାଯିବ ।’

Comments are closed.