ଏନଡିଏ ସାମିଲ ହେଲା ଜେଡିଏସ

ନୂଆଦିଲ୍ଲୀ: କର୍ଣ୍ଣାଟକର ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ୍‌) ଆଜି ଏନ୍‌ଡିଏରେ ସାମିଲ ହୋଇଛି। ବିଜେପି ଜାତୀୟ ସଭାପତି ଜେ ପି ନଡ୍ଡା ଆଜି ଏକ୍ସରେ ଏହି ଘୋଷଣା କରିଛନ୍ତି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ଦଳ ଜେଡିଏସ୍‌ ବିଜେପି ନେତୃତ୍ବାଧୀନ ଏନ୍‌ଡିଏରେ ମିଶିଛି। ଦେବଗୌଡ଼ାଙ୍କ ପୁଅ କୁମାରସ୍ବାମୀ ମଧ୍ୟ ଆଜି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।

ନଡ୍ଡା କହିଛନ୍ତି, ଜେଡିଏସ୍‌ ଏନ୍‌ଡିଏର ଏକ ଅଂଶ ହୋଇଥିବାରୁ ମୁଁ ଖୁସି ଏବଂ ଆମେ ସେମାନଙ୍କୁ ଏନ୍‌ଡିଏକୁ ସ୍ବାଗତ କରୁଛୁ। ଉଲ୍ଲେଖଯୋଗ୍ୟ, ଗତକାଲି ଦେବଗୌଡ଼ା ଏବଂ ତାଙ୍କ ପୁଅ ଏଚ୍‌ଡି କୁମାରସ୍ବାମୀ ସଂସଦରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିଥିଲେ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଜେଡିଏସ୍‌ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି ।

Comments are closed.