ବାୟୁ ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କୁ ଏମିତି କହିଲେ ଏନ୍‌ସିପିସିଆର୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଦୂଷିତ ବାୟୁ ମାନର ପ୍ରଭାବ ସମୀକ୍ଷା କରିବା ପରେ ‘ଏନ୍‌ସିପିସିଆର୍‌’ ଉପରୋକ୍ତ ଚେତାବନୀ ଜାରି କରିଛି।

ବାୟୁ ମାନ ଆଜି ପୁନର୍ବାର ଭୀଷଣ ହେବାରୁ ଆଜି ସକାଳେ ଜାତୀୟ ରାଜଧାନୀ ଓ ତତ୍‌ସଂଲଗ୍ନ ଅଞ୍ଚଳ ଧୂଆଁଳିଆ ଦିଶୁଥିଲା। ଆଜି ସକାଳ ୮ ବେଳେ ‘ଏୟାର୍‌ ଜାତୀୟ ରାଜଧାନୀରେ କ୍ବାଲିଟି ଇଣ୍ଡେକ୍ସ୍‌’ (ଏକ୍ୟୁଆଇ) ଥିଲା ୩୬୪ (ଅତି ମନ୍ଦ ବର୍ଗ) ଏବଂ ସକାଳ ୭ଟା ବେଳେ ଥିଲା ୪୦୮ (ଅତି ସାଙ୍ଘାତିକ ବର୍ଗ)।ଧୀର ବାୟୁପ୍ରବାହଜନିତ ପ୍ରତିକୂଳ ପାଣିପାଗ ପରିସ୍ଥିତି ଓ କ୍ଷେତରେ ନଡ଼ା ପୋଡ଼ି ଯୋଗୁଁ ଜାତୀୟ ରାଜଧାନୀରେ ବାୟୁ ମାନରେ ଅବନତି ଘଟୁଛି।

ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଜାତୀୟ ରାଜଧାନୀ ‘ଗ୍ୟାସ୍‌ ଚେମ୍ବର୍‌’ରେ ପରିଣତ ହୋଇଯାଇଛି ଏବଂ ଅନେକ ଲୋକେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସହିତ ମୁଣ୍ଡ ବିନ୍ଧୁଥିବା ଅଭିଯୋଗ କରୁଛନ୍ତି।
ସେଣ୍ଟ୍ରାଲ୍‌ ପଲ୍ୟୁସନ୍ କଣ୍ଟ୍ରୋଲ୍‌ ବୋର୍ଡ (ସିପିସିବି) ତଥ୍ୟ ଅନୁସାରେ, ଗତ ଅଳ୍ପ କିଛି ଦିନ ହେବ ଜାତୀୟ ରାଜଧାନୀର ବାୟୁ ମାନ ସାଙ୍ଘାତିକ ବା ‘ସିଭିୟର୍‌’ ସ୍ତରକୁ ଖସି ଆସିଛି।

Comments are closed.