ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି  । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି ରାଜ୍ୟସଭାକୁ ଯିବେ  । ପୂର୍ବରୁ ମାନସ ଓ ସସ୍ମିତ ଏବଂ ସୁଲତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା  । ତେବେ ନବୀନ କିଛି ଚକମା ଦେଇପାରନ୍ତି ବୋଲି ରାଜନୀତିକ ଅଳିନ୍ଦରେ କୁହାଯାଉଥିଲା  । କିନ୍ତୁ ସେଭଳି କିଛି ହୋଇନାହିଁ  ।

ଆଜି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଚାରି ନେତାଙ୍କ ନାମରେ ମୋହର ଲଗାଇଛନ୍ତି  । ସସ୍ମିତ ପାତ୍ର ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ  । ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା  । ଏମିତିକି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିଲେ  । କମ ବୟସରେ ସେ ରାଜ୍ୟସଭା ପରିଚାଳନାର ସୌଭାଗ୍ୟ ପାଇଥିଲେ  ।

ଘୋଷଣା କରିଛନ୍ତି  । ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ ଓ ନିରଞ୍ଜନ ବିଶି ରାଜ୍ୟସଭାକୁ ଯିବେ  । ପୂର୍ବରୁ ମାନସ ଓ ସସ୍ମିତ ଏବଂ ସୁଲତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା  । ତେବେ ନବୀନ କିଛି ଚକମା ଦେଇପାରନ୍ତି ବୋଲି ରାଜନୀତିକ ଅଳିନ୍ଦରେ କୁହାଯାଉଥିଲା  । କିନ୍ତୁ ସେଭଳି କିଛି ହୋଇନାହିଁ  ।

ଆଜି ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଚାରି ନେତାଙ୍କ ନାମରେ ମୋହର ଲଗାଇଛନ୍ତି  । ସସ୍ମିତ ପାତ୍ର ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ  । ରାଜ୍ୟସଭାରେ ତାଙ୍କର ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା  । ଏମିତିକି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିଲେ  । କମ ବୟସରେ ସେ ରାଜ୍ୟସଭା ପରିଚାଳନାର ସୌଭାଗ୍ୟ ପାଇଥିଲେ  ।

Comments are closed.