ନବୀନଙ୍କୁ ଭେଟିଲେ ଅଭିନେତା ଆର୍ ମାଧବନ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ସପରିବାର ନବୀନ ନିବାସ ଯାଇ ଆର୍ ମାଧବନ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଏବ ପୁଅ ଉପସ୍ଥିତ ଥିଲେ । ଏହି ସମୟରେ ମାଧବନଙ୍କ ପୁଅ ଭେଦାନ୍ତଙ୍କୁ ତାଙ୍କ ଉପଲବ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ସେ ଭାରତ ପାଇଁ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଆଣିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ହୋଇଥିବା ସ୍ଵିମିଂ ପ୍ରତିଯୋଗୀତାରେ ଭେଦାନ୍ତ ଭାଗ ନେଇଛନ୍ତି। ଆର୍ ମାଧବନ ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି।

ଏହି ସମୟରେ ଆର୍ ମାଧବନ କଳିଙ୍ଗ ଷ୍ଟାଡିୟମରେ ହୋଇଥିବା କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଖେଳାଳୀଙ୍କ ରହିବା ପାଇଁ ଷ୍ଟାଡିୟମରେ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ଅତ୍ୟନ୍ତ ଚମତ୍କାର ବୋଳି ସେ କହିଛନ୍ତି । ଭୁବନେଶ୍ଵରର ପରିବେଶକୁ ପ୍ରଶଂସା କରିବା ସହ ମାଧବନ କହିଛନ୍ତି ଯେ, ଭୁବନେଶ୍ଵର ବହୁତ ସଫାସୁତୁରା । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ମାଧବନ ଏବଂ ତାଙ୍କ ପରିବାରକୁ ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ ।

Comments are closed.