ମାସ୍କ ପିନ୍ଧିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାସ୍କ ପିନ୍ଧିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତ। ବର୍ତ୍ତମାନ ସମୟକୁ ଦେଖି ସମସ୍ତେ ସଚେତନ ହେବା ହେବା ଜରୁରୀ। ଏଥିସହିତ ସାମାଜିକ ଦୂରତା ରକ୍ଷା କରିବାକୁ ନବୀନ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, କରୋନା ମହାମାରୀ ବିପଦ ଏଯାଏ ଟଳିନାହିଁ । ସଂକ୍ରମଣରୁ ନିଜ ସହିତ ଅନ୍ୟକୁ ସୁରକ୍ଷିତ ରଖିବାକୁ ମାସ୍କ ପିନ୍ଧନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

SHARE

Comments are closed.