ବିଏମସି ବିଲ୍ଡିଂ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ବିଏମ୍‌ସିର ନୂତନ କୋଠା ଉଦ୍‌ଘାଟନ ହେବ । ପ୍ରାୟ ୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଅଟ୍ଟାଳିକା ଲୋକଙ୍କ ପାଇଁ ଖୋଲିବ। ତେବେ ସ୍ମାର୍ଟ ସିଟି ମିଶନର ଅନ୍ୟତମ ଏହି ଡ୍ରିମ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

କେବଳ ବିଏମ୍‌ସିି ନୂଆ ବିଲ୍ଡିଂ ନୁହେଁ ସହିଦନଗର ଏବଂ ୟୁନିଟ-୨ ସ୍ଥିତ ବହୁତଳ କାର ପାର୍କିଂର ବି ଉଦ୍‌ଘାଟନ କରାଯିବ। ଏହି ବହୁତଳ କାର୍‌ ପାର୍କିଂରେ ଏକାସାଙ୍ଗରେ ୪୫୦ କାର୍‌ ପାର୍କିିଂ ହୋଇ ପାରିବ । ସେହିପରି ବାପୁଜୀନଗର ସ୍ଥିତ ଇଣ୍ଟରଗ୍ରେଟେଡ ପବ୍ଲିକ ସର୍ଭିସ ସେଣ୍ଟର (ଆଇପିଏସ୍‌ସି)ର ମଧ୍ୟ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଇ-ସେବା, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଦୋକାନ ହେବ ବୋଲି ଜଣାପଡ଼ିଛି।

Comments are closed.