ଆଜି ଅପରାହ୍ନରେ ମୋଦୀ ନବୀନ ଭେଟ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ ଆଜି ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଜି ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ମୋଦୀ ନବୀନଙ୍କ ମଧ୍ୟରେ ଆଲୋଚନା ହେବ । ତେବେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଚାଲିଛି । ଆସନ୍ତା ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ । ରାଷ୍ଟ୍ରପତି ନିର୍ବାଚନା ଲାଗି ଏନଡିଏର ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ ଏକାନ୍ତ ଜରୁରୀ । ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଗୁରୁତ୍ୱ ରହିଛି ବୋଲି ଚର୍ଚ୍ଚା ହେଉଛି ।

ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନ୍ୟାନ୍ୟ ସମସ୍ୟା ନେଇ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ଜୁନ ୧ ତାରିଖ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାହାରି ଦିନ ଦୁଇଟାରେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

Comments are closed.