ଭକ୍ତଙ୍କ ପାଇଁ ପୁଣି ଆଉ ଏକ ଉପହାର ଆଣିଲେ ନବୀନ

ଭୁବନେଶ୍ବର: ଜଗନ୍ନାଥ ଦର୍ଶନ ହେବ ଆହୁରି ସହଜ । ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଯାଏ ଜଗନ୍ନାଥ ଦର୍ଶନକୁ କରାଯିବ ସୁବିଧାଜନକ । ଲକ୍ଷ୍ମୀ ତୃତୀୟ ଟିୟରରେ ଗଡିବ ଜଗନ୍ନାଥ ଏକ୍ସପ୍ରେସ । ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସୁବିଧାରେ ଫେରିପାରିବେ । ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ଏହି ସେବା ଆରମ୍ଭ ହେବ ।

ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ସବୁ ବସ ଭୁବନେଶ୍ବର ଦେଇ ଯିବ । ଏହାଦ୍ବାରା ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ର ଆସି ଜଗନ୍ନାଥ ଦର୍ଶନର ସୁଯୋଗ ମିଳିବ । ଲକ୍ଷ୍ମୀ ଯୋଜନାର ପ୍ରଥମ ଟିୟରରେ ଗାଁରୁ ବ୍ଲକକୁ ବସ ଗଡ଼ୁଛି । ଦ୍ବିତୀୟ ଟିୟର ବ୍ଲକରୁ ହେଡକ୍ଵାର୍ଟର ଓ ତୃତୀୟ ଟିୟର ଜଗନ୍ନାଥ ଏକ୍ସପ୍ରେସ ଜିଲ୍ଲା ହେଡକ୍ଵାର୍ଟରରୁ ପୁରୀକୁ ଗଡ଼ିବ ।

Comments are closed.