ପରୀ ମାମଲା : ଅଭିଯୁକ୍ତର ନାର୍କୋ ଟେଷ୍ଟ ନେଇ ଆଜି ଶୁଣାଣି
ନୟାଗଡ, ୫ ।୧ : ନୟାଗଡର ବହୁଚର୍ଚ୍ଚିତ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପୋକସୋ କୋର୍ଟରେ ଅଭିଯୁକ୍ତ ସରୋଜ ସେଠୀକୁ ହାଜର କରିଛି SIT । ଏହା ସହ କୋର୍ଟରେ ସରୋଜର ମା’ ଓ ଭଉଣୀ ମଧ୍ୟ ଉପସ୍ଥିତ ରହିଛନ୍ତି । ଅଭିଯୁକ୍ତକୁ ନାବାଳକ ଦର୍ଶାଇ କାଲି କୋର୍ଟରେ ଆବେଦନ ହୋଇଥିଲା । ଏନେଇ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ଏହି ମାମଲାରେ ଆଜି ଚୂଡାନ୍ତ ରାୟ ଶୁଣାଇ ପାରନ୍ତି କୋର୍ଟ । ଅନ୍ୟପଟେ ସରୋଜର ନାର୍କୋ ଟେଷ୍ଟ ଉପରେ ବି ଆଜି ଶୁଣାଣି ହୋଇପାରେ । ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା ।
ତେବେ ଗତ ଜୁଲାଇ ୧୪ ତାରିଖରେ ‘ପରୀ’ ନିଖୋଜ ହୋଇଥିଲା । ଜୁଲାଇ ୨୩ରେ ‘ପରୀ’ର ମୃତଦେହ ମିଳିଥିଲା । ଏହି ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା ଏସଆଇଟି ଟିମ, ଯାହାର ମୁଖ୍ୟ ଥିଲେ ଅରୁଣ ବୋଥ୍ରା ।
Comments are closed.