ନନ୍ଦନକାନନରେ ନିର୍ମିତ ମଲ୍ଟିପାର୍କିଂ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ପ୍ରଥମ ମଲ୍ଟି ପାର୍କିଂ ନନ୍ଦନକାନନରେ ନିର୍ମିତ କରାଯାଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନର ନୂତନ ଭାବେ ନିର୍ମିତ ହୋଇଥିବା ମଲ୍ଟି ପାର୍କିଂ ସ୍ଥଳକୁ ଆଜି ଉଦଘାଟନ କରାଯିବ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।
୩୫ କୋଟି ୪୨ ଲକ୍ଷ ୭୯ ହଜାର ଅର୍ଥ ରାଶିରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ । ୪ ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ ୫୮୩ଟି ଚାରି ଚକିଆ ଯାନ ରହିବାର ସୁବିଧା ରହିଛି । ପ୍ରତ୍ୟେକ ପାର୍କିଂ ମହଲା ୫ ହଜାର ୬୦୦ ବର୍ଗ ମିଟରରେ ନିର୍ମିତ ହୋଇଛି । ପାର୍କିଂର ଚତୁପାର୍ଶ୍ବରେ ୨ ହଜାର ଦୁଇ ଚକିଆ ଯାନ ରହିବାର ସୁବିଧା ରହିଛି । ସାଇକେଲ ୫ ଟଙ୍କା, ବାଇକ ୨୦ ଟଙ୍କା, କାର ୫୦ ଟଙ୍କା, ବସ ୭୦ ଟଙ୍କା ଟିକେଟ ମୂଲ୍ୟ ଧାର୍ୟ୍ୟ କରାଯାଇଥିବା ସୂଚନା ମିଳିଛି ।ଏହା ୬ ଘଣ୍ଟା ସମୟ ସୀମା ମଧ୍ୟରେ ରଖାଯାଇଛି । ଏହି ମଲ୍ଟି ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜରେ ନିରୀକ୍ଷଣ କରାଯାଉଥିବା ବେଳେ, ଅଚାନକ କୌଣସି ନିଆଁ ଲାଗିବାର ଦୁର୍ଘଟଣାକୁ ଏଡାଇବା ପାଇଁ ସମସ୍ତ ମହଲାରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା ରଖାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ସୁବିଧା ପାଇଁ ଏହି ପ୍ରକଳ୍ପ ନିର୍ମିତ କରାଯାଇଛି ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
Comments are closed.