ରାସନ୍ କା ମିଳିବ ସୋରିଷ ତେଲ

ଚଣ୍ଡିଗଡ: ହରିୟାଣା ସରକାର ଏକ ବଡ଼ ଘେଶଷଣା କରିଛନ୍ତି। ଏଣିକି ସମସ୍ତ ବିପିଏଲ ରାସନ କାର୍ଡ ଧାରକ ପରିବାର ପ୍ରତିମାସରେ ଦୁଇ ଲିଟର ମାଗଣା ସୋରିଷ ତେଲ ପାଇବେ। ଏହାଦ୍ୱାରା ରାଜ୍ୟର ପ୍ରାୟ ୨୮ ଲକ୍ଷ ଲୋକ ଉପକୃତ ହେବେ। ଫରିଦାବାଦର ସେକ୍ଟର-୧୨ ରେ ଆୟୋଜିତ ଏକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଏହି ଘୋଷଣା କରିଛନ୍ତି।

ଏହା ସହିତ ମୁଖ୍ୟମନ୍ତ୍ରୀ ବିପିଏଲ କାର୍ଡ ତିଆରି ପାଇଁ ବିଦ୍ୟୁତ ବିଲ ଦେବାର ବାଧ୍ୟତର ମଧ୍ୟ ଉଠାଇଦେଇଛନ୍ତି। ପୂର୍ବରୁ ଯଦି ଫ୍ୟାମିଲି ଆଇଡେଣ୍ଟିଟି କାର୍ଡରେ ୧ ଲକ୍ଷ ୮୦ ହଜାର ଟଙ୍କା ଆୟ କରୁଥିବା ଲୋକଙ୍କ ୧୨ ହଜାର ଟଙ୍କା ବିଦ୍ୟୁତ ବିଲ ଆସୁଥାଏ, ତେବେ ସେମାନେ ବିପିଏଲ କାର୍ଡରେ ଲାଭ ପାଉ ନ ଥିଲେ।

Comments are closed.