ମୁମ୍ବାଇ ଟ୍ରାଫିକ ପୋଲିସକୁ ଧମକ,ଜାଣନ୍ତୁ କାହିଁକି
ମୁମ୍ବାଇ: ‘୨୬/୧୧ ଭଳି ଆକ୍ରମଣ’ କରାଯିବ ବୋଲି ମୁମ୍ବାଇ ଟ୍ରାଫିକ୍ ପୋଲିସ୍ କଣ୍ଟ୍ରୋଲ୍ରୁମ୍ ତା’ର ‘ହେଲ୍ପ୍ଲାଇନ୍’ ‘ହ୍ବାଟ୍ସ୍ଆପ୍’ ନମ୍ବରରେ କେତେଗୁଡ଼ିଏ ‘ଟେକ୍ସଟ୍ ମେସେଜ୍’ ପାଇଥିବା କଥା ଆଜି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ବାର୍ତ୍ତା ଆସିଥିବା ନମ୍ବରଟି ଦେଶ ବାହାରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଉକ୍ତ ଅଧିକାରୀଜଣକ ସୂଚନା ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ ମୁମ୍ବାଇ ଅନ୍ତର୍ଗତ ୱର୍ଲିସ୍ଥିତ କଣ୍ଟ୍ରୋଲ୍ ରୁମ୍ରେ ଥିବା ମୁମ୍ବାଇ ପୋଲିସର ଟ୍ରାଫିକ୍ ‘ହେଲ୍ପ୍ଲାଇନ୍’ର ‘ହ୍ବାଟସ୍ଆପ୍’ ନମ୍ବରକୁ ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଉକ୍ତ ‘ଟେକ୍ସଟ୍ ମେସେଜ୍’ ସବୁ ଆସିଛି।
ଆସିଥିବା କେତେ ଗୁଡ଼ିଏ ବାର୍ତ୍ତାରେ ପ୍ରେରକ ‘୨୬/୧୧ ଭଳି ଆକ୍ରମଣ’ ହେବ ବୋଲି ଧମକ ଦେଇଛନ୍ତି। ସହରର କ୍ରାଇମ୍ ବ୍ରାଞ୍ଚ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।
ଏହାଛଡ଼ା, ତଦନ୍ତରେ ସହଯୋଗ କରିବା ଲାଗି ଅନ୍ୟ ଗୁଇନ୍ଦା ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଡକାଯାଇଥିବା କଥା ସେ କହିଛନ୍ତି।
Comments are closed.