ମୁମ୍ବାଇ ବିଶ୍ୱର ଦ୍ଵିତୀୟ ପ୍ରଦୂଷିତ ସହର

ମୁମ୍ବାଇ: ଗତ ଦୁଇଦିନ ହେଲା ତାପମାତ୍ରା ବଢ଼ୁଛି। ଶୀତ କମୁଛି। ମୁମ୍ବାଇବାସୀ ଅଧିକ ସ୍ବଚ୍ଛନ୍ଦରେ ପ୍ରଶ୍ବାସ ନେଇପାରୁଥିବେ। କିନ୍ତୁ ସ୍ବିସ୍‌ ଏୟାର୍ ଟ୍ରାକିଂ ଇଣ୍ଡେକ୍ସ ଆଇକ୍ୟୁଏୟାର୍ ଅନୁସାରେ ଜାନୁଆରି ୨୯ରୁ ଫେବ୍ରୁଆରି ୮ ଭିତରେ ସାପ୍ତାହିକ ବିଶ୍ବ ରୢାଙ୍କିଂରେ ମୁମ୍ବାଇ ଥିଲା ବିଶ୍ବର ଦ୍ବିତୀୟ ସବୁଠାରୁ ପ୍ରଦୂଷିତ ମହାନଗରୀ। ଜାନୁଆରି ୨୯ରେ ଆଇକ୍ୟୁଏୟାର୍ ରୢାଙ୍କିଂରେ ମୁମ୍ବାଇ ୧୦ ନମ୍ବରରେ ଥିବା ବେଳେ ଫେବ୍ରୁଆରି ୨ ବେଳକୁ ଏହା ସବୁଠାରୁ ତଳକୁ ଅର୍ଥାତ୍ ୧ ନମ୍ବରକୁ ଖସିଯାଇଥିଲା। ତା’ ପର ସପ୍ତାହରେ ଫେବ୍ରୁଆରି ୮ରେ ଏହା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ଫେବ୍ରୁଆରି ୧୩ ତାରିଖରେ ବାୟୁମାନ ଦୃ‌ଷ୍ଟିରୁ ଏହା ଦିଲ୍ଲୀକୁ ପଛରେ ପକାଇ ବିଶ୍ବର ସବୁଠାରୁ ଅସ୍ବାସ୍ଥ୍ୟକର ତୃତୀୟ ମହାନଗରୀରେ ପରିଣତ ହୋଇଥିଲା। ଦିଲ୍ଲୀ ଆଜିଯାଏ ଭାରତର ସବୁଠାରୁ ପ୍ରଦୂଷିତ ମେଟ୍ରୋ ତାଲିକାରେ ଶୀର୍ଷରେ ରହିଆସିଥିଲା।

ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ସପ୍ତାହର ସବୁଠୁ ପ୍ରଦୂଷିତ ବିଶ୍ବର ପ୍ରଥମ ୧୦ଟି ସହର ହେଉଛନ୍ତି- ୧. ଲାହୋର (ପାକିସ୍ତାନ), ୨. ମୁମ୍ବାଇ (ଭାରତ), ୩. କା ବୁଲ (ଆଫଗାନିସ୍ତାନ), ୪. କାଓସିୟଙ୍ଗ (ତାଇୱାନ), ୫. ବିସକେକ୍ (କିରଗିଜସ୍ତାନ), ୬. ଆକ୍ରା (ଘାନା), ୭. କ୍ରାକାଓ (ପୋଲାଣ୍ଡ), ୮. ଦୋହା (କାତାର), ୯. ଅସ୍ତାନା (କାଜାଖସ୍ତାନ), ୧୦. ସାଣ୍ଟିଆଗୋ(ଚିଲି)।

Comments are closed.