ସମୁଦ୍ରରେ ଲୀନ ହୋଇଯିବ ମୁମ୍ବାଇ!

ନୂଆଦିଲ୍ଲୀ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବୁଡ଼ିଯିବ। ଏହି ବିପଦ ଅନେକ ଅନ୍ତର୍ଜାତୀୟ ଅଧ୍ୟୟନରେ ପ୍ରକାଶ ପାଇଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ବର୍ତ୍ତମାନ ଏକ ଅଧ୍ୟୟନ ଦାବି କରିଛି ଯେ ମୁମ୍ବାଇ ସହର ପ୍ରତିବର୍ଷ ୨ ମିଲିମିଟର ବେଗରେ ବୁଡ଼ି ଯାଉଛି।

ପ୍ରାୟ ୧୯ ବର୍ଗ କିଲୋମିଟରର କ୍ଷେତ୍ର ବର୍ଷକୁ ୮.୪୫ ମିଲିମିଟର ଦ୍ରୁତ ଗତିରେ ବୁଡ଼ିବାରେ ଲାଗିଛି। ଏହି ଅଧ୍ୟୟନ ବ୍ୟତୀତ, ଆଇଆଇଟି ବମ୍ବେର ଏକ ଅନୁସନ୍ଧାନ ଦାବି କରିଛି ଯେ ସହରର ଭୂଇଁର ବାର୍ଷିକ ହାରାହାରି ଦବିବା ବେଗ ୨୮.୮ ମିଲିମିଟର ରହିଛି। ମୁମ୍ବାଇର କେଉଁ ଅଞ୍ଚଳ ଅଧିକ ଅସୁରକ୍ଷିତ ତାହା ମଧ୍ୟ ରିପୋର୍ଟରେ କୁହାଯାଇଛି।

ମାର୍ଚ୍ଚରେ ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ,ଇନସାର ପଦ୍ଧତି ଅନୁସାରେ ଉଲ୍ଲେଖ କରାଯାଇଥିଲା ଯେ ବିଶ୍ୱର ୯୯ଟି ଦେଶରୁ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଉପଗ୍ରହ ତଥ୍ୟ ଅଧ୍ୟୟନ କରି ଏହି ଫଳାଫଳ ପ୍ରକାଶ ପାଇଛି। ଆମେରିକାର ରୋଡ ଆଇଲ୍ୟାଣ୍ଡ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ ଚାଇନାର ତିଆନଜିନ ସହର ଦ୍ରୁତ ବେଗରେ ବୁଡ଼ିବାରେ ଲାଗିଛି। ଏହାର ବୂଡ଼ିବା ଗତି ବାର୍ଷିକ ୫.୨ ସେମି ରହିଛି। ସେହିପରି ଇଣ୍ଡୋନେସିଆର ସେମାରାଙ୍ଗ ସହରର ବୁଡ଼ିବା ବେଗ ୩.୯୬ ସେମି, ଜାକର୍ତ୍ତା ସହରର ବୂଡ଼ିବା ବେଗ ବାର୍ଷିକ ୩.୪୪ ସେମି, ଚାଇନାରେ ସାଂଘାଇ ସହର ୨.୯୪ ସେମି ଏବଂ ଭିଏତନାମରେ ହୋ ଚି ମିନ ୨.୮୧ ସେମି ଏବଂ ହନୋଇର ବାର୍ଷିକ ବୁଡ଼ିବା ବେଗ ୨.୪୪ ସେମି ରହିଛି।

Comments are closed.