ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍

ରାୟଗଡ଼ା,୧୩ ।୨: ରାୟଗଡା ଶିରିଗୁଡା ତାରିଣୀ ଛକରେ ଚଳନ୍ତା ଯାତ୍ରୀବାହୀ ବସରେ ନିଆଁ ଲାଗି ଯିବାରୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି । କିନ୍ତୁ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୦ ଯାତ୍ରୀ । ଅଗ୍ନିକାଣ୍ଡର ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତେବେ ‘ବର୍ଷା’ ନାମକ ବସଟି ନବରଙ୍ଗପୁର କଷାଗୁମୁଡ଼ାରୁ ଗଞ୍ଜାମର ପୋଲସରାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଖବର ପାଇ ରାୟଗଡ଼ାରୁ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ବସ୍‌ଟି ରାସ୍ତାରେ ଯାଉଥିବାବେଳେ ଲକ୍ଷ୍ମୀପୁର ନିକଟରେ ପୋଡ଼ା ପୋଡ଼ା ଗନ୍ଧ ବାହାରିଥିଲା। ତେବେ ଗାଡ଼ି ଚାଳକ ଧ୍ୟାନ ନ ଦେଉ ଗାଡ଼ି ଚଳାଇବାରୁ ପଛ ଟାୟାର ଫାଟି ଗାଡ଼ିଟି ଜଳିଯାଇଥିଲା।

Comments are closed.