ସୂର୍ଯ୍ୟରଥରେ ଶୋଭା ପାଇବେ ମା’

ଭୁବନେଶ୍ୱର : ୟୁନିଟ୍ ୧ ହର ପାର୍ବତୀ ପୂଜାରେ ପ୍ରମୁଖ ଆକର୍ଷଣ ପାଇଁବ ସୂର୍ଯ୍ୟରଥ । ଚଲିତ ବର୍ଷ ମହାଦେବ ପୂଜା କମିଟି ପକ୍ଷରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ତୋରଣ କରାଯାଇଛି । ୟୁନିଟ୍ ୧ ସାର୍ବଜନୀନ ହର ପାର୍ବତୀ ପୂଜା ୧୯୬୧ରୁ ଆରମ୍ଭ ହୋଇଥିଲା । ଏହି ପୂଜା ୬୧ ବର୍ଷରେ ପହଞ୍ଚିଛି । ଏବର୍ଷ ନୂତନ ଢାଞ୍ଚାରେ ମିର୍ମାଣ ହୋଉଥିବା ସୂର୍ଯ୍ୟରଥର ଉଚ୍ଚତା ୭୫ ଫୁଟ ଏବଂ ଓସାର ୮୦ ଫୁଟ୍ କରାଯାଇଛି । ହର-ପାର୍ବତୀ ମୃଣ୍ମୟୀ ପ୍ରତିମା ନିର୍ମାଣ କାମ ଚାଲିଛି ।ମୃର୍ତ୍ତି ଉଚ୍ଚତା ୧୬ ଫୁଟ ରହିଥିବା ବେଳେ ୨୧ଫୁଟର ମେଢ ନିର୍ମାଣ ହେବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଚଳିତ ବର୍ଷ ପୂଜା ପାଇଁ ୨୫ରୁ ୨୬ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ଆକଳନ ହୋଇଛି ।

Comments are closed.