କେରଳରେ ମୌସୁମୀର ପ୍ରଭାବ :୪ ମୃତ, ୮ ନିଖୋଜ

ମୌସୁମୀର ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣଙ୍କୁ, ଏପର୍ଯ୍ୟନ୍ତ ଖୋଜି ପାଇପାରୁନାହାନ୍ତି ପୋଲିସ । ଘଟଣାଟି ଘଟିଛି କେରଳର କୋଜିକୋଡେ ବ୍ଲକର ତଳିଆ ଅଞ୍ଚଳରେ । ଏହା ସହିତ ୫ଟି ଘର ସପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବାର କହିଛନ୍ତି ସେଠାକାର ଜିଲ୍ଲାପାଳ ୟୁ ଭି ଜୋସ୍ । ୱାୟାନାଦ୍ ଓ କନ୍ନୁର ବ୍ଲକର ପ୍ରାୟ ୧୨ ଟି ଅଞ୍ଚଳ ମଧ୍ୟ ମୌସୁମୀ ପ୍ରଭାବରେ ଘର ଓ ଧନ ସମ୍ପତି ହରାଇଛି । ଏହି ୩ ଟି ଅଞ୍ଚଳରୁ ପ୍ରାୟ ୨୦୦୦ ଲୋକଙ୍କୁ ନିକଟସ୍ଥ ରିଲିଫ ପାଣ୍ଠି ନିକଟକୁ ସ୍ଥାନାନ୍ତରିତ କରାଯାଇଛି ।

Comments are closed.