କାଳ ବୈଶାଖୀର ପ୍ରଭାବ, ଜାରୀ ହେଲା ସତର୍କ ସୂଚନା
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଜାରି ହୋଇଛି ସତର୍କ ସୂଚନା । ଆଜିରାତିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି । ଓଡିଶାରେ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦୁଝର ର ଆଦି ୧୧ ଟି ଜିଲ୍ଲାରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ସହିତ କୁଆପଥର ବର୍ଷା ହେବ ବୋଲି ଅନୁମାନ କରାଯାଇଛି । ରାତି ପ୍ରାୟ ସାଢେ ୮ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ଜଣାଇଛି ।
Comments are closed.