କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ
ଥିରୁଭାନ୍ତପୁରମ : କରୋନା ପରେ ଏବେ ଦେଶରେ ମଙ୍କିପକ୍ସ ଚିନ୍ତା ବଢ଼ାଇବାରେ ଲାଗିଛି। ଶୁକ୍ରବାର କେରଳରୁ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, କେରଳର ମଲ୍ଲପୁରମରେ ରହୁଥିବା ଜଣେ ୩୫ବର୍ଷୀୟ ବ୍ୟକ୍ତି ଚଳିତ ମାସ ଆରମ୍ଭ ଅର୍ଥାତ୍ ଜୁଲଇ ୬ରେ ୟୁଏଇରୁ ଯାତ୍ରା କରି କେରଳ ଫେରିଥିଲେ। ବିଦେଶରୁ ଫେରିବା ପରେ ତାଙ୍କ ନମୁନା ଯାଞ୍ଚ କରିବା ପରେ ମଙ୍କିପକ୍ସ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କର ଚିକିତ୍ସା ଥିରୁଭାନ୍ତପୁରମ ସ୍ଥିତ ମଞ୍ଜରୀ ମେଡିକାଲ କଲେଜରେ ହେଉଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ବୋଲି କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ ସୂଚନା ଦେଇଛନ୍ତି। ପୂର୍ବରୁ ୨ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ସମାନ ରହିଥିଲା। ଲଗାତର ଭାବେ କେରଳରୁ ମଙ୍କିପକ୍ସ ମାମଲା ଚିହ୍ନଟ ହେଉଛି। ଯାହା ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି।
Comments are closed.