ମଙ୍କିପକ୍ସ ଭାଇରସକୁ ନେଇ ଏମିତି ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୂଆଦିଲ୍ଲୀ : ମଙ୍କିପକ୍ସ ଭାଇରସ କୁ ବର୍ତମାନ ସାରା ବିଶ୍ୱରେ ବିପଦ ଅବସ୍ଥା ଛାଇ ରହିଛି l ଯାହାକୁ ନେଇ ୟୁରୋପୀୟ ଦେଶ ଗୁଡିକ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାର ଅନିଶ୍ଚିତତା ଦେଖା ଯାଉଛି l ବର୍ତମାନ ମଙ୍କିପକ୍ସ କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ପକ୍ଷରୁ ସମ୍ପୂର୍ଣ ବିବରଣୀ ଜାରି କରିଛି l ଜାରି ହୋଇଥିବା ବୟାନ ଅନୁସାରେ ମଙ୍କିପକ୍ସ ଦ୍ୱାରା ସବୁଠୁ କମ ବୟସର ଲୋକମାନେ ଓ ଛୋଟ ଛୁଆମାନେ ଆକ୍ରାନ୍ତ ହେଉଛନ୍ତି l
WHO ର ଚେତାବନୀ ଅନୁସାରେ ମଙ୍କିପକ୍ସ ବର୍ତମାନ କମ୍ୟୁନିଟି ସଂକ୍ରମଣ ହୋଇପାରେ, କିନ୍ତୁ କେତେ ପରିମାଣରେ ଵ୍ୟାପୀବ ତାହାକୁ ନେଇ କିଛି ଠିକ କରାଯାଇ ନାହିଁ l ଏହି ଭାଇରସ ର ମୃତ୍ୟୁ ଦର ୩-୬ ପ୍ରତିଶତ ଦର୍ଜ ହୋଇଛି l WHO ପକ୍ଷରୁ ଏହି କଥା ଉପରେ ମଧ୍ୟ ଜୋର ଦିଆ ଯାଇଛି ଯେ ମଙ୍କିପକ୍ସ ର ତୁଳନା କରୋନା ସହିତ କରାଯାଇ ପାରିବ ନାହିଁ l କିଛି ଗବେଷକ ଙ୍କ ମତରେ ସ୍ମଲ ପକ୍ସ ଟୀକା କୁ ମଙ୍କିପକ୍ସ ପାଇଁ ବ୍ୟବହାର କରାଯାଇ ପାରିବ l ଏହାକୁ ନେଇ WHO ମତ ଦେଇଛନ୍ତି ଯେ ବର୍ତମାନ ସ୍ମଲ ପକ୍ସ ପାଇଁ ସାରା ବିଶ୍ୱରେ କେତେ ପରିମାଣର ଟୀକା ରହିଛି l
Comments are closed.