ବାବାଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ: ବାଗେଶ୍ବର ଧ‌ାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୨୭ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ଜୁଲାଇ ୪ ତାରିଖରେ ତାଙ୍କର ଜନ୍ମଦିନ ଥିଲା। ଛତ୍ରପୁର ଠାରୁ ୩୫କିମି ଦୂର ବାଗେଶ୍ବରରେ ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମର ଭିଡିଓ ବି ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି। ଯେଉଁଥିରେ ବାଗେଶ୍ବର ବାବାଙ୍କ ଜନ୍ମଦିନ ଅବସରରେ ଲୋକେ ତାଙ୍କ ଉପରେ ଟଙ୍କା ବର୍ଷା କରୁଥିବା ନଜରକୁ ଆସିଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ବାଗେଶ୍ବର ବାବାଙ୍କ ଉପରେ ଟଙ୍କା ବର୍ଷା ହେଉଥିବା ବେଳେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ତାଳି ବଜାଉଛନ୍ତି। କୁହାଯାଉଛି ୨୦୦-୨୦୦ଟଙ୍କିଆ ‌ନୋଟ ବାବାଙ୍କ ଉପରେ ଭକ୍ତମାନେ ଖୁସି ହୋଇ ଉଡାଇଥିଲେ।

ସୂଚନାଯୋଗ୍ୟ, ବାଗେଶ୍ବର ଧାମରେ ଜୁଲାଇ ୧ ତାରିଖରୁ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯେଉଁଥି‌ରେ ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଗୁରୁ ପୁର୍ଣ୍ଣିମା ମହୋତ୍ସବ ଚାଲିଥିଲା। ଜୁଲାଇ ୪ ତାରିଖରେ ପଣ୍ଡିତ ଧୀରେନ୍ଦ୍ର କୃଷ୍ଣା ଶାସ୍ତ୍ରୀଙ୍କ ଜନ୍ମ ଉତ୍ସବ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରାତି ୨.୩୦ ପର୍ଯ୍ୟନ୍ତ ଚାଲୁ ରହିଥିଲା।

ରାଜଧାନୀ ଦିଲ୍ଲୀର ପଟପଡ଼ଗଞ୍ଜକୁ ଜୁଲାଇ ୫ ତାରିଖରେ ବାବା ବାଗେଶ୍ବର ହନୁମାନ କଥା ପାଇଁ ଆସି‌ବେ। ଜୁଲାଇ ୫ ତାରିଖରେ କଳସ ଯାତ୍ରା ବାହାରିବ। ସେହିପରି ଜୁଲାଇ ୬ରୁ ୭ ତାରିଖ ପର୍ଯ୍ୟନ୍ତ କଥାର ଆୟୋଜନ କରାଯିବ।

Comments are closed.