ମୋକିମ୍ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ 

ଭୁବନେଶ୍ୱର:ଓଡ଼ିଶା କଂଗ୍ରେସରୁ ଆସିଲା ଏକ ବଡ଼ ଖବର । କଂଗ୍ରେସରୁ ନିଲମ୍ବିତ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଉଭୟଙ୍କୁ ନିଲମ୍ବନ କଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗ ହୋଇଥିଲା ।

ଏନେଇ ଅଭିଯୋଗ କରିଥିଲେ ଦଳର ସଭାପତି ଶରତ ପଟ୍ଟନାୟକ । ଏନେଇ ଉଭୟଙ୍କ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ତେବେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ କଂଗ୍ରେସ ଭବନରେ ହଲଚଲ ଦେଖିବାକୁ ମିଳିଛି ।

Comments are closed.