ଆଜିଠୁ ମୋହନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ; ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ,୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ

ଆଜିଠୁ ରମ୍ଭ ହେବ ବିଧାନସଭାରେ ବଜେଟ୍ ଅଧିବେଶନ। ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ଅଧିବେଶନ । ଏହି ଅଧିବେଶନରେ ୨୦୨୦୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର ।

ଆସନ୍ତା ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟପାଳ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଓ ଆଲୋଚନା ଚାଲିବ । ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବ ଓ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୧୭ ତମ ବିଧାନସଭାର ପ୍ରଥମ ଅଧିବେଶନ ଦୁଇଟି ପର୍ୟ୍ୟାୟରେ ସେପ୍ଟେମ୍ବର ୧୩ ଯାଏଁ ଚାଲିବ। ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିବା ଆଶା କରାଯାଉଛି । ୨୫ ବର୍ଷ ପରେ ଏଥର ବିଧାନସଭାର ନୂଆ ଚିତ୍ର ଦେଖିବାକୁ ମିଳିବ । ସରକାରୀ ଦଳ ଆସନରେ ବିଜେପି ବସିବ ଓ ବିଜେଡି ହେବ ମୁଖ୍ୟ ବିରୋଧୀ ଦଳ । ନୂଆ ବିଧାନସଭାରେ ନୂଆ ସରକାର ଓ ନୂଆ ବିରୋଧୀ ଦଳ ସହ ଏଥର ପ୍ରସଙ୍ଗ ବି ନୂଆ ରହିଛି । ଦରବୃଦ୍ଧି, ରଥଯାତ୍ରା ପରିଚାଳନା, ଆଇନଶୃଙ୍ଖଳା ପରିସ୍ଥିତି, ଏଏସଓଙ୍କୁ ମାଡ ଘଟଣା, ବାଲେଶ୍ୱର ହିଂସା ପ୍ରସଙ୍ଗ ଉଠାଇ ସରକାରକୁ ଘେରିବା ବିଜେଡି ରଣନୀତି ପ୍ରସ୍ତୁତ କରିଛି। ଆଉ ବିଜେପି କହିଛି , ସବୁ ପ୍ରସଙ୍ଗର ଉପରେ ଆଲୋଚନକରିବାକୁ ସରକାର ରାଜି ଅଛନ୍ତି ।

 

Comments are closed.