ଆଜି ଇଣ୍ଡୋନେସିଆ ଗସ୍ତରେ ଯିବେ ମୋଦି

0

ନୂଆଦିଲ୍ଲୀ: ଭାରତ ଜି -୨୦ଶିଖର ସମ୍ମିଳନୀ ଆୟୋଜନ କରୁଛି। ସେପ୍ଟେମ୍ବର ୯ରେ ନୂଆଦିଲ୍ଲୀରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସିଆନ-ଭାରତ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ। ଭାରତୀୟ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରଦୂତ କହିଛନ୍ତି ଯେ, ଏହି ପରିଦର୍ଶନ ବିଶ୍ୱକୁ ଏକ ବାର୍ତ୍ତା ପଠାଇବ ଯେ, ଭାରତ ନିଜର ଅଞ୍ଚଳ ଏବଂ ଏସିଆନ କେନ୍ଦ୍ରୀୟତାକୁ କେତେ ଗୁରୁତ୍ୱ ଦେଉଛି।

ଭାରତୀୟ ରାଷ୍ଟ୍ରଦୂତ ଜୟନ୍ତ ଖୋବ୍ରାଗଡେ ମଙ୍ଗଳବାର କହିଛନ୍ତି, ଜି -୨୦ଶିଖର ସମ୍ମିଳନୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। ଏହା ପ୍ରମାଣିତ କରୁଛି ଯେ ଭାରତ ଏହି କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛି। ସେ କହିଛନ୍ତି, ୯୦ ଦଶକରେ ଆମର ଲୁକ ଇଷ୍ଟ ନୀତି ଥିଲା। ତା’ପରେ ୨୦୧୪ରେ, ପିଏମ ମୋଦି ଆମକୁ ଆକ୍ଟ ଇଷ୍ଟ ନୀତି ପ୍ରଦାନ କରିଥିଲେ, ଯାହା ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେପରେ ପରିଣତ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୬ତାରିଖ ଅର୍ଥାତ୍‌ ବୁଧବାର ରାତିରେ ନୂଆଦିଲ୍ଲୀରୁ ଇଣ୍ଡୋନେସିଆ ଯିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏସିଆନ-ଭାରତ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପୂର୍ବ ଏସିଆ ସମ୍ମିଳନୀରେ ଅଷ୍ଟ୍ରେଲିଆ, ଚାଇନା, ଭାରତ, ଜାପାନ, ରିପବ୍ଲିକ ଅଫ କୋରିଆ, ନ୍ୟୁଜିଲ୍ୟାଣ୍ଡ, ରୁଷିଆ ଏବଂ ଆମେରିକା ଏକତ୍ରିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏଥର ନବମ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୭ ସାରେ ଭାରତ ଫେରିଆସିବେ।

Leave A Reply

Your email address will not be published.