ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିବେ ମୋଦି

ବେଙ୍ଗାଲୁରୁ: ବିକ୍ରମ ଲାଣ୍ଡର ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ସମ୍ପୂର୍ଣ୍ଣ ଆକ୍ଟିଭ୍ ହୋଇସାରିଛି । ଅବତରଣ କରିବା ପୂର୍ବରୁ ବିକ୍ରମ ଲାଣ୍ଡର ଏକ ଭିଡିଓ ପଠାଇଛି, ଯେଉଁଥିରେ ଚନ୍ଦ୍ରର ପୃଷ୍ଠ ଅତି ନିକଟରୁ ଦୃଶ୍ୟମାନ ହେଉଛି ।

ଆହୁରି ମଧ୍ୟ ଏକ ବଡ଼ ଖବର ଅଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୬ ରେ ସିଧାସଳଖ ଏଥେନ୍ସରୁ ବେଙ୍ଗାଲୁରୁରେ ପହଞ୍ଚିବେ ଓ ଇସ୍ରୋ ସେଣ୍ଟର ଯାଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବେ । ଏହି ଉତ୍ସବକୁ ଏକ ବଡ କାର୍ଯ୍ୟକ୍ରମ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି । ବେଙ୍ଗାଲୁରୁରେ ପିଏମ ମୋଦୀଙ୍କୁ ୬ ହଜାର ଲୋକ ସ୍ୱାଗତ କରିବେ ଯାହା ପରେ ସେ ଏକ ରୋଡ ସୋ କରିବେ । ଏହା ସହିତ ପିଏମ ମୋଦୀ ମଧ୍ୟ ବୈଜ୍ଞାନିକମାନଙ୍କୁ ସମ୍ବୋଧିତ କରିବେ ।

ଇସ୍ରୋର କମାଣ୍ଡ ସେଣ୍ଟରରେ ସୋମ୍ବାଧିତ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ସିଧାସଳଖ ଆସି ଅଭିନନ୍ଦନ ଜଣାଇବାକୁ ଚାହୁଁଛନ୍ତି । ସେଥିପାଇଁ ପିଏମ ମୋଦୀଙ୍କ କାର୍ଯ୍ୟକ୍ରମ ସିଧାସଳଖ ବେଙ୍ଗାଲୁରୁ ପାଇଁ କରାଯାଇଥିଲା । ବିଜେପିର କର୍ଣ୍ଣାଟକ ୟୁନିଟ୍ ଚନ୍ଦ୍ରଯାନ -୩ ର ମେଗା ଇଭେଣ୍ଟରେ ସଫଳତା ପାଇବା ପାଇଁ ପ୍ରସ୍ତୁତି ଚଳାଇଛି ।

Comments are closed.