ଆଜି ସଂକଳ୍ପ ସପ୍ତାହ ଶୁଭାରଭ କରିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୩୦ ଅର୍ଥାତ୍‌ ଶନିବାର ଭାରତ ମଣ୍ଡପମରେ ଆକାଂକ୍ଷୀ ବ୍ଲକଗୁଡିକ ପାଇଁ ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ‘ସଙ୍କଳ୍ପ ସପ୍ତାହ’ ଶୁଭାରମ୍ଭ କରିବେ। ଏହା ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହିତ ଜଡିତ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଦେଶବ୍ୟାପୀ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୭ ଜାନୁୟାରୀ ୨୦୨୩ରେ ଆରମ୍ଭ କରାଯାଇଥିଲା। ନାଗରିକଙ୍କ ଜୀବନଶୈଳୀକୁ ବଢାଇବା ପାଇଁ ବ୍ଲକ ସ୍ତରରେ ପ୍ରଶାସନରେ ଉନ୍ନତ କରିବାକୁ ଏହା ଲକ୍ଷ୍ୟ ରଖିଛି। ଦେଶର ୩୨୯ ଜିଲାର ୫୦୦ ଆକାଂକ୍ଷୀ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଏବଂ ଏକ ପ୍ରଭାବଶାଳୀ ବ୍ଲକ ବିକାଶ ରଣନୀତି ପ୍ରସ୍ତୁତ କରିବା ପାଇଁ ସମଗ୍ର ଦେଶରେ ଗ୍ରାମ ଏବଂ ବ୍ଲକ ସ୍ତରରେ ଚିନ୍ତିନ ଶିବିର ଆୟୋଜନ କରାଯାଇଛି। ସଙ୍କଳ୍ପ ସପ୍ତାହ ହେଉଛି ଏହି ଚିନ୍ତାଧାରା ଶିବିରର ଫଳାଫଳ । ଭରତ ମଣ୍ଡପମ ଠାରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୩୦୦୦ ପଞ୍ଚାୟତ ତଥା ବ୍ଲକ ସ୍ତରର ଜନ ପ୍ରତିନିଧୀ ତଥା ଅଧିକାରୀମାନେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ବ୍ଲକ ଏବଂ ପଞ୍ଚାୟତ ସ୍ତରର ଅଧିକାରୀ, କୃଷକ ଏବଂ ଅନ୍ୟାନ୍ୟ କ୍ଷେତ୍ରର ପ୍ରାୟ ଦୁଇ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

Comments are closed.