ଆଜି ନିଯୁକ୍ତି ପତ୍ର ବାଣ୍ଟିବେ ମୋଦି

ନୂଆଦିଲ୍ଲୀ : ମଙ୍ଗଳବାର ରୋଜଗାର ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ୫୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ଏ ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତଙ୍କୁ ସମ୍ବୋଧିତ କରିବେ । ରୋଜଗାର ମେଳା ସମଗ୍ର ଦେଶରେ ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ। ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ତଥା ରାଜ୍ୟ ସରକାର/ କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ଦିଆଯାଉଛି । ଦେଶବ୍ୟାପୀ ଚୟନ ହୋଇଥିବା ନବନିଯୁକ୍ତ କର୍ମଚାରୀମାନେ ଡାକ ବିଭାଗ, ଭାରତୀୟ ଅଡିଟ୍‌ ଏବଂ ଆକାଉଣ୍ଟ୍‌ସ ବିଭାଗ, ଆଣବିକ ଶକ୍ତି ବିଭାଗ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସମେତ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗରେ ସରକାରଙ୍କ ସହ ଯୋଗ ଦେବେ ।

ରୋଜଗାର ମେଳା ହେଉଛି ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦିଗରେ ଏକ ପଦକ୍ଷେପ । ରୋଜଗାର ମେଳା ଅଧିକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ଉତ୍‌ପ୍ରେରକ ଭାବେ କାର୍ଯ୍ୟ କରୁଛି ଏବଂ ଯୁବକମାନଙ୍କୁ ସେମାନଙ୍କ ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଅନ୍‌ଲାଇନ୍‌ ମଡ୍ୟୁଲ୍‌ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି । ଏଠାରେ ‘ଯେକୌଣସି ଡିଭାଇସ୍‌’ ଶିକ୍ଷଣ ଫର୍ମାଟ ପାଇଁ ୬୮୦ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

Comments are closed.