ମୋଦି ଇସ୍ତଫା ଦିଅନ୍ତୁ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏପରିକି ସୁବ୍ରମଣ୍ୟମ ସ୍ବାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି। ସ୍ବାମୀ ଏହି ଯୋଜନାକୁ ଏକ୍ସ ରେ ତାଙ୍କ ପୋଷ୍ଟରେ ଏକ ସ୍କାମ ବୋଲି କହିଛନ୍ତି।

ସୂଚନାଯୋଗ୍ୟ କ୍‌ସୁପ୍ରିମକୋର୍ଟ ଏହାକୁ ଅଣ ସାମ୍ବିଧାନିକ ବୋଲି କହି ନିର୍ବାଚନ ବଣ୍ଡ ଯୋଜନାକୁ ରଦ୍ଦ କରିଛନ୍ତି। ଆପେକ୍ସ କୋର୍ଟ ମଧ୍ୟ ଗତ ପାଞ୍ଚ ବର୍ଷ ଧରି ଦାନର ଆକାଉଣ୍ଟ ମାଗିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ କେଉଁ ଦଳକୁ କେତେ ଦାନ ମିଳିଛି ତାହା ନିର୍ବାଚନ ଆୟୋଗଙ୍କୁ ଜଣାଇବାକୁ ପଡ଼ିବ। ସୁପ୍ରିମକୋର୍ଟ କହିଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ରୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ୱେବସାଇଟରେ ଶେୟାର କରିବା ଜରୁରୀ।

ସ୍ବାମୀ ଏକ୍ସରେ ଲେଖିଛନ୍ତି ମୁଁ ଭାବୁଛି ପିଏମ ମୋଦି ଇସ୍ତଫା ଦେବା ଉଚିତ। କାରଣ ନିର୍ବାଚନ ବଣ୍ଡଏକ ମୂର୍ଖତାପୂର୍ଣ୍ଣ ଧାରଣା ଥିଲା ଏବଂ ଏହା ଏକ ବଡ଼ ଦୁର୍ନୀତିରେ ପରିଣତ ହେଲା। ଏହା ଦୁର୍ନୀତିର ମୁକାବିଲା ପାଇଁ ଭାଜପାର ଦାବିକୁ କ୍ଷତି ପହଞ୍ଚାଉଛି। ଦଳର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଇସ୍ତଫା ଦେବା ଉଚିତ।

Comments are closed.