ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଭିଡିଓ ସେୟାର କଲେ ମୋଦି

ନୂଆଦିଲ୍ଲୀ: ରାମନଗର ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ। ଗତକାଲି ଅର୍ଥାତ୍‌ ୨୨ ଜାନୁଆରୀରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତର ବଡ ଚେହେରା ଅଂଶଗ୍ରହଣ କରିଥିଲେ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଦେଶର ଭେଟେରାନ ନେତା, ଚଳଚ୍ଚିତ୍ର, କ୍ରୀଡା ଏବଂ ଇଣ୍ଡଷ୍ଟ୍ରିର ବଡ଼ ଚେହେରା ଅଂଶଗ୍ରହଣ କରିଥିଲେ।

ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ରାମଲାଲାଙ୍କ ଦର୍ଶନ ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଛି। ଭକ୍ତ ପ୍ରବଳ ଭିଡ଼ରେ ରାମଲାଲାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ ସକାଳେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଭିଡିଓ ଶେୟାର କରିଛନ୍ତି।

ଅଯୋଧ୍ୟାରେ ଆୟୋଜିତ ହୋଇଥିବା ବିଶାଳ ସମାରୋହର ଭିଡିଓ ଶେୟାର କରି ସେ ଲେଖିଛନ୍ତି ଯେ, ଜାନୁଆରୀ ୨୨ରେ ଆମେ ଅଯୋଧ୍ୟାରେ ଯାହା ଦେଖିଲୁ ତାହା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଆମ ସ୍ମୃତିରେ ରହିବ। ଭିଡିଓରେ ପିଏମ ମୋଦି ମନ୍ଦିରରେ ଏଣ୍ଟ୍ରି, ମନ୍ଦିରର ସୌନ୍ଦର୍ଯ୍ୟ ସହିତ ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ସମୟକୁ ଶେୟାର କରିଛନ୍ତି

 

Comments are closed.