୨୨ ରେ ଦୀପାବଳୀ ପାଳିବାକୁ କହିଲେ ମୋଦି

ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି ଦିନ ପୂରା ଦେଶବାସୀ ଦୀପାବଳି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି। ନିଜ ନିଜ ଘରେ ଭଗବାନ ରାମଙ୍କ ନାଁରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ମୋଦି।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଆଜି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏଠାରେ ପହଞ୍ଚି ଏକ ବିରାଟଳ ରୋଡ ଶୋ’ କରିଥିଲେ। ଏଥିସହ ଅଯୋଧ୍ୟା ଧାମ ରେଳ ଷ୍ଟେସନ, ବାଲ୍ମକୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉଦ୍‌ଘାନଟ କରିଥିଲେ। ଏହି ଅବସରରେ ମୋଦି ଦେଶବାସୀଙ୍କୁ ଏବ ବିଶେଷ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛି। ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି। ଜନୁଆରୀ ୨୨ ତାରିଖ ଦିନ ଯେତେବେଳେ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲା ବିରାଜମାନ କରିବେ ସେତେବଳେ ୧୪୦ କୋଟି ଦେଶବାସୀ ନିଜ ନିଜ ଘରେ ଶ୍ରୀ ରାମ ଜ୍ୟୋତି ଜାଳନ୍ତୁ। ଦୀପାବଳି ପାଳନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।

Comments are closed.