ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେଡି ସରକାରରେ ଓଡ଼ିଶା ବରବାଦ ହୋଇଯାଇଥିଲା ବେଳେ କେବେଳ ଓଡ଼ିଶମାଟିର ପୁଅ ହିଁ ବିକାଶ କରିପାରିବ ବୋଲ ସେ କହିଛନ୍ତି।

ତେଣୁ ସେ ଭାଜପାକୁ ଭୋଟ ଦେବାକୁ ଲୋକମାନଙ୍କୁ ସେ ଅପିଲ କରିଥିଲେ। ଏହା ସହିତ ”ମୋଦି ଆଜି ଗ୍ୟାରେଣ୍ଟି ଦେଉଛି, ଓଡ଼ିଶାର ବିକାଶ ଓଡ଼ିଶା ମାଟିର ପୁଅ ହିଁ କେବଳ କରିପାରିବ, ଓଡ଼ିଶାର ପୁଅ କିମ୍ବା ଝିଅକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରାଯିବ। ୧୦ ଜୁନ୍‌ରେ ଓଡ଼ିଶାରେ ଡବଲ ଇଂଜିନ ସରକାରର ଶପଥ ଗ୍ରହଣ ହେବ ଏବଂ ଏ ସରକାର ଯିବା ନିଶ୍ଚିତ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ସେହିପରି ଭାଜପା ସରକାର ଆସିଲେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ପଇସା ବ୍ୟାଙ୍କ ଖାତାରେ ମିଳିଯିବ। କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେସିନ ଲାଗିବ। ତେବେ ବିଜେଡିର କଳାକାରନାମାର ଚିଠା ସାମ୍ନାକୁ ଆସିଗଲାଣି, ବିଜେଡି ସରକାର ବନଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମଧ୍ୟ ଦେଉନି। ଆଦିବାସୀଙ୍କ ପାଇଁ ପେସା ଆଇନ ମଧ୍ୟ ଲାଗୁ କରୁନି ନବୀନ ସରକାର।

ମାଗଣା ଚାଉଳକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଲୋକମାନଙ୍କୁ ମୋଦି ସରକାର ଚାଉଳ ଦେଉଛି ଏଠି କିନ୍ତୁ ବିଜେଡି ସରକାର ସେଥିରେ ନିଜ ଫଟୋ ଲଗାଇ ଛାଡ଼ୁଛନ୍ତି। ତେବେ ଭାଜପା ସରକାର ରାଜ୍ୟରେ ଆସିଲେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ପିଏମ୍‌ ସୂର୍ଯ୍ୟକିରଣ ଯୋଜନାରେ ବିଜୁଳି ବିଲ୍‌ ସଂପୂର୍ଣ୍ଣ ମାଗଣା ହେବ। ତେଣୁ ଏମପି ସହ ବିଧାୟକଙ୍କୁ ଜିତାଇ, ରାଜ୍ୟରେ ବିଜେପି ସରକାର କରନ୍ତୁ ବୋଲି ମୋଦି ଲୋକଙ୍କୁ ଅପିଲ କରିଥିଲେ।

Comments are closed.