ପୁଣି ବଢ଼ିଲା ମୋଦି ଡକ୍ୟୁମେଣ୍ଟାରୀ ବିବାଦ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତିକୁ ନେଇ ଏକ ଏନ୍‌ଜିଓ ପକ୍ଷରୁ ଦାୟର ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ ବିବିସି(ବ୍ରିଟିଶ ବ୍ରଡ୍‌କାଷ୍ଟିଂ କର୍ପୋରେଶନ)କୁ ନୂଆ ନୋଟିସ ଜାରି କରିଛନ୍ତି ।

ପିଟିସନକାରୀ କହିଛନ୍ତି ଯେ, ବିବିସି ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କନେକ୍ସନ’ ଦେଶର ପ୍ରତିଷ୍ଠାକୁ ଆଘାତ ପହଞ୍ଚାଇବା ଭଳି । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ଦେଶର ନ୍ୟାୟ ବ୍ୟବସ୍ଥାର ମଧ୍ୟ ଅସମ୍ମାନ । ଜଷ୍ଟିସ୍‌ ସଚିନ ଦତ୍ତ ଗୁଜରାଟର ଏନ୍‌ଜିଓ ଜଷ୍ଟିସ୍‌ ଅନ୍‌ ଟ୍ରାଏଲ ଦ୍ୱାରା ଦାଏର ପିଟିସନ ଉପରେ ବିବିସି (ବ୍ରିଟେନ) ସମେତ ବିବିସି (ଭାରତ) କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ସମସ୍ତ ଗ୍ରହଣୀୟ ମାଧ୍ୟମରେ ପ୍ରତିପକ୍ଷଙ୍କୁ ଏକ ନୂତନ ନୋଟିସ ଜାରି ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୫ରେ ହେବ ।

Comments are closed.