ଆଣ୍ଡିଆ ମୋବାଇଲ୍‌ କଂଗ୍ରେସ କାଲି ଶୁଭାରମ୍ଭ କରିବେ ମୋଦୀ 

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ଟେଲିକମ୍‌ ଇଣ୍ଡଷ୍ଟ୍ରି ଇଭେଣ୍ଟ ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ ୨୦୨୩ ଆସନ୍ତାକାଲି ଅର୍ଥାତ୍‌ ୨୭ ଅକ୍ଟୋବରରୁ ଦିଲ୍ଲୀରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ । ଟେଲିକମ୍‌ ବିଭାଗ ଏହାକୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ଏହି ସୂଚନା ଦେଇଛି । ଏହି ପ୍ରଗ୍ରାମ୍‌ ୩ ଦିନ ଚାଲିବ । ଏହାକୁ ଟେଲିକମ୍‌ ବିଭାଗ ଏବଂ ସେଲୁଲାର୍‌ ଅପରେଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରୁଛି

ଦିଲ୍ଲୀର ପ୍ରଗତି ମଇଦାନରେ ଡିଆ ମୋବାଇଲ୍‌ କଂଗ୍ରେସ ୨୦୨୩ ଆୟୋଜିତ ହେଉଛି । ଏହା ଆଇଏମସିର ସପ୍ତମ ସଂସ୍କରଣ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ବିଶ୍ୱାସ ରହିଛି । ଏହା ସହିତ, ୩୧ ଟି ଦେଶର ୧୩୦୦ ରୁ ଅଧିକ ପ୍ରତିନିଧୀ ଏବଂ ୪୦୦ ବକ୍ତା ମଧ୍ୟ ଏହି ବୈଷୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

Comments are closed.