ମସ୍କୋରେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି

ରୁଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଃଖ ସମୟରେ ରୁଷ ସହ ଭାରତ ଠିଆ ହୋଇଛି ବୋଲି ସେ କହିଛନ୍ତି।

ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ‘ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ। ଆମର ସଦ୍‌ଭାବନା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି। ଏହି ଦୁଃଖଦ ସମୟରେ ଭାରତ ରୁଷିଆ ସରକାର ଓ ସେଠାର ଲୋକଙ୍କ ସହିତ ଛିଡା ହୋଇଛି।’

ପ୍ରକୃତରେ ରୁଷର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲ୍‌ରେ ଏକ କନସର୍ଟ ଚାଲିଥିବା ବେଳେ ଆତଙ୍କାଦୀ ଆକ୍ରମଣ ହୋଇଛି। ବନ୍ଧୁକଧାରୀମାନେ ଭିଡ ଉପରକୁ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଆତଙ୍କୀ ହମ୍‌ଲାରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ୧୦୦ରୁ ଅଧିକ ଆହତ ହୋଇଛନ୍ତି।

ଗୁଳି ବିନିମୟ ପରେ କନସର୍ଟ ହଲରେ ବିସ୍ଫୋରଣ ଘଟିଥିଲା। ଏହାପରେ ଏଠାରେ ଭୟଙ୍କର ନିଆଁ ଲାଗି ହଲ୍‌ଟି ପୂରାପୁରି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇ ନିଜକୁ ଦାୟୀ କରିଛି।

Comments are closed.