ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ବିରୋଧୀଙ୍କ ଫୋକସ କେବଳ ପରିବାର, ଦେଶ ନୁହେଁ । ସେମାନଙ୍କ ପାଇଁ ପରିବାର ପ୍ରଥମ, ଦେଶ କିଛି ନୁହେଁ । ବେଙ୍ଗାଳୁରୁରେ ବିରୋଧୀଙ୍କ ବୈଠକ ଚାଲିଥିବା ବେଳେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ କହିଛନ୍ତି, ଦୁର୍ନୀତି ବିରୋଧୀଙ୍କ ମୂଳ ଉଦ୍ଦେଶ୍ୟ । ଗଣତନ୍ତ୍ର ଅର୍ଥ, ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା। ମାତ୍ର ବିରୋଧୀଙ୍କ ପାଇଁ ଏହାର ସଂଜ୍ଞା ବଦଳିଯାଇଛି । ସେମାନଙ୍କ ପାଇଁ ଗଣତନ୍ତ୍ରର ଅର୍ଥ, ପରିବାରର, ପରିବାର ପାଇଁ ଓ ପରିବାର ଦ୍ୱାରା । ପୋର୍ଟବ୍ଲେୟାରରେ ବୀର ସବରକର ଏୟାରପୋର୍ଟର ନୂଆ ଟର୍ମିନାଲ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Comments are closed.