କଂଗ୍ରେସ ଉପରେ ପୁଣି ବର୍ଷିଲେ ମୋଦି

କୋଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ଜାନୁଆରୀ ୧୭) କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଗରିବୀ ହଟାଓ ସ୍ଲୋଗାନ ଦେଇଥିଲା, କିନ୍ତୁ ଆମେ (ଏ ଦିଗରେ) କାମ କରିଛୁ ଓ ଆମ କାମର ପ୍ରଭାବ ଦେଶରେ ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଜେପି ସରକାରଙ୍କ ନୀତିର ପ୍ରଭାବ ଦେଶରେ ଦେଖିବାକୁ ମିଳୁଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟ ରେ କୁହାଯାଇଛି ଯେ ଗତ ୯ ବର୍ଷ ମଧ୍ୟରେ ୨୫୦ ନିୟୁତ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି । ଏହି ଦେଶରେ ପାଞ୍ଚ ଦଶନ୍ଧି ଧରି କଂଗ୍ରେସ ଭଳି ଦଳ ଗରିବୀ ହଟାଓର ସ୍ଲୋଗାନ ଦେଇଥିଲେ, କିନ୍ତୁ ଆମ ସରକାରରେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରିବା ଏକ ବଡ଼ କଥା।

Comments are closed.