ପୁଣି ଯୁଦ୍ଧ ରୋକିବାକୁ ପୁଟିନଙ୍କୁ କହିଲେ ମୋଦି

ନୂଆଦିଲ୍ଲୀ : ଉଭୟ ନେତା ଦ୍ବିପାକ୍ଷିକ ସଂପର୍କ, ୟୁକ୍ରେନ ଯୁଦ୍ଧ, ସୁରକ୍ଷା ସହଯୋଗ, ତୈଳ କାରବାର ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ପୁଣି ଥରେ ମୋଦୀ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା ଓ କୂଟନୈତିକ ପନ୍ଥା ଗ୍ରହଣ କରିବାକୁ ପୁଟିନଙ୍କୁ କହିଥିଲେ । ମୋଦୀ ମଧ୍ୟ ଭାରତର ଜି-୨୦ ସଭାପତିତ୍ବ କଥା ଉଠାଇବା ସହ ଏହି ଅବସରରେ ଭାରତ କେଉଁ ପ୍ରସଙ୍ଗକୁ ପ୍ରାଥମିକତା ଦେବ ତାହା ମଧ୍ୟ କହିଥିଲେ ।
ଭାରତ ଏବେ ଜି-୨୦ ଓ ଏସସିଓର ସଭାପତି ରହିଛି । ଭାରତ ଗତ ଡିସେମ୍ବର ୧ରେ ଜି-୨୦ର ସଭାପତିତ୍ବ ଗ୍ରହଣ କରିଥିଲା । ପୁଣି ଗତ ସେପ୍ଟେମ୍ବର ମାସରେ ସାଂଘାଇ ସହଯୋଗ ସଂଗଠନର ବି ସଭାପତିତ୍ବ ଗ୍ରହଣ କରିଥିଲା । ଏହି ଦୁଇ ସଂଗଠନରେ ଭାରତର ସଭାପତିତ୍ବକୁ ସବୁପ୍ରକାରର ସହଯୋଗ କରାଯିବ ବୋଲି ପୁଟିନ ପ୍ରତିଶ୍ରୁତି ଦେଇଛନ୍ତି ।

ଗତ ସେପ୍ଟେମ୍ବର ମାସରେ ଉଜବେକିସ୍ତାନର ସମରକନ୍ଦଠାରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ମଧ୍ୟ ମୋଦୀ କୂଟନୈତିକ ରାସ୍ତା ଗ୍ରହଣ କରିବାକୁ ପୁଟିନଙ୍କୁ କହିଥିଲେ । ଏହି ସମୟ ଯୁଦ୍ଧର ନୁହେଁ, ବୋଲି ମୋଦୀ ପୁଟିନଙ୍କୁ କହିଥିଲେ ।

Comments are closed.