ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ମୋବାଇଲ କଂଗ୍ରେସ 

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପ ଠାରେ ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ଲାଟଫର୍ମ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) ୨୦୨୩ ର ଉଦଘାଟନ କରିଛନ୍ତି । ଏହି ତିନି ଦିନିଆ ଟେକ୍‌ ଇଭେଣ୍ଟର ସପ୍ତମ ସଂସ୍କରଣ ୬ଜି, ୫ଜି ନେଟୱାର୍କ ଉନ୍ନତି, ଟେଲିକମ୍‌ ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଧ୍ୟାନ ଦେବ । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କ ସହ କେନ୍ଦ୍ର ଇଲେକ୍‌ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏସିଆର ସର୍ବ ବୃହତ ଟେକ୍ନୋଲୋଜି ପ୍ଲାଟଫର୍ମରେ ଏଇ ପ୍ରୟୋଗ, ଏଜ୍‌ କମ୍ପ୍ୟୁଟିଂ, ଇଣ୍ଡଷ୍ଟ୍ରି ୪.୦ ଏବଂ ଇଣ୍ଡିଆ ଷ୍ଟାକ ସମ୍ବନ୍ଧୀୟ ନୂତନ ସୂଚନା ଉପଲବ୍ଧ ହେବ । ୨୦୨୩ ପ୍ରସାରଣ, ସାଟେଲାଇଟ୍‌ ଯୋଗାଯୋଗ, ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ପରି ଆନୁଷଙ୍ଗିକ ପ୍ରଯୁକ୍ତିବିଦ୍ୟା ପରିସରଗୁଡିକର ବ୍ୟାପକତା ପ୍ରଦର୍ଶନ କରୁଛି । ତିନି ଦିନିଆ କାର୍ଯ୍ୟକ୍ରମରେ ୫ଜି, ୬ଜି, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଭଳି ଟେକ୍ନୋଲୋଜି ଆଲୋକିତ ହେବ ଏବଂ ସେମିକଣ୍ଡକ୍ଟର ଶିଳ୍ପ, ସବୁଜ ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା ଇତ୍ୟାଦି ସମ୍ବନ୍ଧୀୟ ଆଲୋଚନା ହେବ ।

Comments are closed.