ଗେମ ଖେଳୁଥିଲେ, ଫାଟିଲା ମୋବାଇଲ
ଗଞ୍ଜାମ : ମୋବାଇଲରେ ଗେମ୍ ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଆହତ ହୋଇଛନ୍ତି ଜଣେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ଥାନା ଝାଟି ପଦର ଗ୍ରାମରେ। ଉକ୍ତ ଗ୍ରାମର ଯୁବକ ରଞ୍ଜନ ସାହୁ ମଙ୍ଗଳବାର ସକାଳେ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ବ୍ୟାଟେରୀଟି ହଠାତ ଗରମ ହୋଇ ଫାଟି ଯାଇଥଲା। ଫଳରେ ରଞ୍ଜନ ମୋବାଇଲ୍ଟିକୁ ତଳେ ଫୋପାଡ଼ି ଦେଇଥିଲେ l ତଥାପି ତାଙ୍କ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ରମ୍ଭା ଥାନା କିମ୍ବା ହୁମା ଫାଣ୍ଡି ପୋଲିସ ପାଖରେ କୌଣସି ଖବର ନ ଥିବା ଜଣାପଡିଛି l
Comments are closed.