ପୁଣି ୟୁକ୍ରେନ ଉପରେ ଋଷର ମଶାଇଲ ମାଡ
କିଭ :ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୩୪ତମ ଦିନରେ ପହଞ୍ଚିଛି। ରୁଷିଆ ପୁଣି ୟୁକ୍ରେନର ଖାର୍କିଭ ଏବଂ ଡୋନେସ୍କ ସହରରେ ମିଶାାଇଲ ମାଡ଼ କରିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ୟୁକ୍ରେନ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ରୁଷିଆର ୪ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିବା କୁହାଯାଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ମିଶାଇଲ୍ ମାଡରେ ୟୁକ୍ରେନରେ ଆମେରିକା ଦ୍ୱାରା ନର୍ମିତ ଦୁଇଟି ଉନ୍ନତ ରକେଟ ସିଷ୍ଟମ ଏବଂ ଡୋନେସ୍କରେ ଥିବା ଗୁଳିଗୋଳା ଡିପୋକୁ ନଷ୍ଟ କରିଦେଇଛି। ତେବେ ୟୁକ୍ରେନ ଏହାକୁ ଅସ୍ବୀକାର କରିଛି।
Comments are closed.