ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନଙ୍କ ନୂଆ ଟିମ

ଭୁବନେଶ୍ୱର: ନୂଆ ଦାୟିତ୍ୱ ମିଳିବା ପରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବୀନଙ୍କ ନୂଆ ଟିମ ସଦସ୍ୟ  ।  କ୍ୟାବିନେଟ୍ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ ମଲ୍ଲିକ, ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଜଗା ଦର୍ଶନ କରିବା ପରେ ମନ୍ତ୍ରୀମାନେ ପ୍ରତିକ୍ରିୟା ରଖି କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରି ସେମାନେ ବେଶ୍ ଆନନ୍ଦିତ ।
ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଲୋକମାନଙ୍କରେ ପହଞ୍ଚିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ରାଜ୍ୟ ମନ୍ତ୍ରୀମଣ୍ଡଳରେ ପୂର୍ବ ପରି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି । ରାଜ୍ୟର ପ୍ରତିଟି କାର୍ୟ୍ୟ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ କି କରାଯାଏ । ପ୍ରଦୀପ ଅମାତ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଆନନ୍ଦିତ ।

Comments are closed.